Top News

ୱାଇଏମସି କପ କ୍ରିକେଟ ପ୍ରତିଯୋଗୀତାରେ ବିଲାସପୁର ଚମ୍ପିୟାନ

ନୂଆପଡ଼ା ,୮/୧(ମାରାଗୁଡା ଏକ୍ସପ୍ରେସ)
ନୂଆପଡ଼ାର ସର୍ଵ ଭାରତୀୟ ୱାଇଏମସି କପ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ ହୋଇଛି। ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ପୂର୍ବତଟ ରେଳବାଇ ଭୁବନେଶ୍ୱରକୁ ହରାଇ ସେରସା ବିଲାସପୁର ଚମ୍ପିୟାନ ହୋଇଛି। ସେରସା ବିଲାସପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୩୦ ଓଭରରେ ବିଲାସପୁର ଦଳ ୨୭୧ ରନ ସଂଗ୍ରହ କରିଥିଲା। ସିଦ୍ଧାର୍ଥ ସିଂଙ୍କ ବିସ୍ପୋରକ ୯୪ ରନ ସହାୟତାରେ ମାତ୍ର ଦୁଇ ୱକେଟ ହରାଇ ପୁର୍ବତଟ ରେଳବାଇକୁ ୨୭୨ ରନର ଲକ୍ଷ ଦେଇଥିଲେ। ପୂର୍ବତଟ ରେଳବାଇ ମଧ୍ୟ ୨୭୨ ରନର ଲକ୍ଷ ନେଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଦୁଇ ପ୍ରାରମ୍ଭିକ ବ୍ୟଟର ପାୱାର ପ୍ଲେ ଓଭରରେ ଦଳକୁ ଭଲ ସ୍ଥିତିରେ ରଖିଥିବା ବେଳେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୨ ଓଭରରେ ମାତ୍ର ୧୬୨ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ। ଆଜିର ପୁରସ୍କାର ବିତରଣି ଉତ୍ସବରେ ଓଲିଉଡ଼ର ଅଭିନେତ୍ରୀ ଭୂମିକା ଦାସ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସାଂସଦ ବସନ୍ତ ପଣ୍ଡା, ପ୍ରତିଯିଗୀତାର ସଂଯୋଜକ ସରୋଜ ସାହୁ, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ,କ୍ଲବର ସଭାପତି ବାପି ଦାସ, ସମ୍ପାଦକ ପିଣ୍ଟୁ ବଗର୍ତ୍ତି, ସଂଜୟ ପଟ୍ଟନାୟକ, ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଜେତା ଦଳକୁ ୮୦ ହଜାର ଟଙ୍କା ଓ ଟ୍ରଫି ଓ ଉପବିଜେତା ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି ପଦାନ କରାଯାଇଥିଲା। ଶ୍ରୀରାମ ମିଶ, ରଞ୍ଜିତ ସୁନା, ପ୍ରତୀକ ପଟ୍ଟନାୟକ, ଜାଭେଦ ଖାନ,  ଟିପୁ, ଶୈଲେସ,ଜିତୁ ହୋତା, ମାଇକେଲ ଜନି,ଭାଳେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 
Previous Post Next Post