ନୂଆପଡା, ୯/୧(ମାରାଗୁଡ଼ା ଏକ୍ସପ୍ରେସ)
ନୂଆପଡା ସଦର ଥାନା ଟାନୱାଟ ଛକ ଠାରେ ଗତ କାଲି ସନ୍ଧ୍ୟା ସମୟରେ ପୋଲିସ ଚେକିଂ କରୁଥିବା ବେଲେ କୋମନା ପଟରୁ ଆସୁଥିବା ଏକ ବୋଲେରୋ ଗାଡିକୁ ଖାନ ତଲାସି କରିବାରୁ ସେଥିରେ କିଛି ଦାଦନ ଶ୍ରମିକ ଚାଲାଣ ହେଉଥିବା ଜଣା ପଡିଥିଲା।ସେମାନଙ୍କ ମଧ୍ୟରୁ ତିନି ଜଣ ନାବାଳକ ,ପାଞ୍ଚ ଜଣ ପୁରୁଷ ଓ ପାଞ୍ଚ ଜଣ ମହିଳାଙ୍କୁ ନୂଆପଡ଼ା ପୋଲିସ ଉଦ୍ଧାର କରିଛି।ପଡ଼ୋଶୀ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କୁଶପାଲି ଗାଁର ଜଣେ ଦାଦନ ସର୍ଦ୍ଦାର ସମସ୍ତ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିବା ଜଣା ପଡିଛି।ଦାଦନ ସର୍ଦ୍ଦାର ଓ ବୋଲେରୋ ଗାଡିର ଡ୍ରାଇଭରକୁ ନୂଆପଡା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଉଦ୍ଧାର ସମସ୍ତ ଦାଦନ ଶ୍ରମିକଙ୍କ ଘର କୋମନା ବ୍ଲକ ତିଲେଇମାଲ ଓ ହଲୁଆପାଲି ବୋଲି ପୋଲିସ ସୁତରୁ ସୂଚନା ମିଳିଛି।