ନୂଆପଡ଼ା, ୧୦/୧ ( ମାରାଗୁଡ଼ା ଏକ୍ସପ୍ରେସ)
ଜାତୀୟ ଯୁବ ମହୋତ୍ସବରେ ଭାଗ ନେବେ ନୂଆପଡ଼ାର ୪ ଜଣ ଯୁବ ପ୍ରତିଭା। ଆସନ୍ତା ଜାନୁଆରୀ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ହୁବୁଲି ଠାରେ ଆୟୋଜିତ ହେବାକୁ ଥିବା ୨୬ ତମ ଜାତୀୟ ଯୁବ ମହୋତ୍ସବରେ ଭାଗନେବା ପାଇଁ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ତରଫରୁ ନୂଆପଡ଼ା ଜିଲ୍ଲାର ଚାରିଜଣ ଯୁବ ପ୍ରତିଭା ମନୋନୀତ ହୋଇଛନ୍ତି। ସେମାନେ ହେଲେ ରାନୀ ଯୁବତୀ ସଙ୍ଘ ହଲଦିର ସଭାନେତ୍ରୀ ଯଶୋଦା ପାଣ୍ଡେ, ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘର ସକ୍ରିୟ ସଦସ୍ୟ ପବିତ୍ର ମହାନନ୍ଦ, ନେହେରୁ ଯୁବ କେନ୍ଦ୍ର ନୂଆପଡ଼ାର ଜାତୀୟ ସ୍ଵେଚ୍ଛାସେବୀ ପୁସ୍ତମ ଶବର ଓ କିଶୋର ନାୟକ।
ଆଜି ଏହି ଚାରିଜଣ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଆଶିଷ କୁମାର ଠାକୁରଙ୍କୁ ସାକ୍ଷାତ କରି ଶୁଭେଚ୍ଛା ନେଇ ରାୟପୁର ଦେଇ ରେଳଯୋଗେ କର୍ଣ୍ଣାଟକକୁ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି। ଯୁବ ମହୋତ୍ସବରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭାଗନେବା ସହ ନିଜର କଳାକୃତି ପ୍ରଦର୍ଶନ କରି ୧୯ ତାରିଖ ଦିନ ନିଜ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବେ। କୋଭିଡ କଟକଣା ଯୋଗୁଁ ବହୁତ ସମୟ ଅପେକ୍ଷା କଲା ପରେ ଏଭଳି ଜାତିୟ ସ୍ତରରେ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇ ଯୁବକ ମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି ଜିଲ୍ଲା ଯୁବ ଅଧିକାରୀ ଆଶିଷ ଠାକୁର ପ୍ରକାଶ କରିଛନ୍ତି।