ନୂଆପଡ଼ା, ୧୦/୧(ମାରାଗୁଡ଼ା ନ୍ୟୁଜ)
ପଛୁଆ ବର୍ଗ ଜନ ଗଣନା ଓ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ 27% ଆରକ୍ଷଣ ଦାବିରେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରିଲେ ଜିଲ୍ଲା ଓବିସି ମଞ୍ଚ। ଆଜି ଜିଲ୍ଲା ଓବିସି ମଞ୍ଚ ତରଫରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ପଛୁଆ ବର୍ଗ ର ଲୋକେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରିଛନ୍ତି ।ଅନେକ ସମୟରେ ପଛୁଆ ବର୍ଗ ର ଲୋକେ ନିଜର ହକ ପାଇଁ ଲଢେଇ କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ଓବିସି ମାନଙ୍କୁ 27% ଆରକ୍ଷଣ ସରକାର କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛି ଜିଲ୍ଲା ଓବିସି ମଞ୍ଚ। ସେହିପରି ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ପଛୁଆବର୍ଗ କୁ ତାଙ୍କର ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ କରାଯାଇଛି ।ଏହା ସାମାଜିକ ଅନ୍ୟାୟ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ପଛୁଆ ବର୍ଗ ଲୋକେ ।ପ୍ରଥମେ ନୂଆପଡ଼ାର ପୋଲିସ ପଡ଼ିଆରେ ସମସ୍ତେ ଏକତ୍ରିତ ହୋଇ ସରକାର ବିରୋଧରେ ବିଭିନ୍ନ ନାରା ଦେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ ବିକ୍ଷୋଭ କାରୀ। ।ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଥିଲେ। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଓବିସି ନେତା ସରୋଜ ସାହୁ, ଧନିରାମ ସାହୁ, କପିଲେନ୍ଦ୍ର ଭୋଇ, ଭରତ ରାଉତ, ହୀରା ମେହେର ପ୍ରମୁଖ ଉପସ୍ଥିତ ଥିଲେ।