ନୂଆପଡ଼ା ,୧୧/୧ (ମାରାଗୁଡ଼ା ଏକ୍ସପ୍ରେସ)
ନୂଆପଡ଼ା ପତୋରା ସ୍ଥିତ ଉପର ଜୋଙ୍କ ଜଳ ସେଚନ ପାଣି ପ୍ରକଳ୍ପର ପାଣି ଆବଣ୍ଟନକୁ ନେଇ ତଳ ମୁଣ୍ଡ ଚାଷି ମାନେ ସିଲଧା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ମତେ ପ୍ରକଳ୍ପର ୧୬ ଟି ପାଣି ପଞ୍ଚାୟତ ଥିବା ବେଳେ ଉପର ମୁଣ୍ଡରେ ୧ ରୁ ୫ ଓ ତଳ ମୁଣ୍ଡରେ ୬ ରୁ ୧୬ ପାଣି ପଞ୍ଚାୟତ ରହିଛି। ଉପର ମୁଣ୍ଡ ଓ ତଳ ମୁଣ୍ଡର ଚାଷିଙ୍କ ମଧ୍ୟରେ ପାଣି ଆବଣ୍ଟନ କୁ ନେଇ ବିବାଦ ଲାଗି ରହିଛି। ଚଳିତ ବର୍ଷ ରବି ଚାଷ ପାଇଁ ପାଣି ତଳମୁଣ୍ଡ କୁ ପାଣି ଦିଆ ଯାଇନ ଥିବା ଅଭିଯୋଗ କରି ଆଜି ଜାତୀୟ ରାଜପଥ ୩୫୩ ସିଲଧା ଛକରେ ଶତାଧିକ ଚାଷି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ନୂଆପଡ଼ା ଉପ ଜିଲ୍ଲାପାଳ ରାମଚନ୍ଦ୍ର କେଡ଼ିଆ, ତହସିଲଦାର ଦେବେନ୍ଦ୍ର ରାଉତ ଚାଷି ମାନଙ୍କ ସହିତ ଆଲୋଚନା କରୁଛନ୍ତି। ନୂଆପଡ଼ା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ଓ ଖରିଆର ରୋଡ଼ର ଥାନା ଅଧିକାରୀଙ୍କ ସହିତ ଗୋଟିଏ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ମୃତୟନ ଅଛନ୍ତି।